ଧାନମଣ୍ଡି ପଞ୍ଜିକରଣ ନିୟମକୁ ନେଇ ଚିନ୍ତାରେ ଚାଷୀ : ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

Khabar Sange Sange

July 29, 2025

Min Read

ବ୍ରହ୍ମପୁର, ୨୯ ଜୁଲାଇ ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) : ବର୍ତମାନ ସରକାର ନୂଆ ନିୟମ କରିଥିବା ଧାନମଣ୍ଡି ପଞ୍ଜିକରଣ ନିୟମରେ ପରିବର୍ତ୍ତନ ଯୋଗୁଁ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡା ଗ୍ରାମ ପଞ୍ଚାୟତ ବହୁ ଚାଷୀମାନେ ସୁବିଧାରୁ ବଞ୍ଚିତ ହେବା ନେଇ ଆଶଙ୍କା କରିଛନ୍ତି । ଅଞ୍ଚଳର ବହୁ ଚାଷୀ ଷୋମବାର ଦିନ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀରେ କକ୍ଷରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ପ୍ରଦାନ କରିଥିବା ଜଣାପଡିଛି। ଦାବିପତ୍ରରେ ଦର୍ଶାଇଛନ୍ତି ଯେ, ଭାଟକୁମରଡା ଗ୍ରାମ ପଞ୍ଚାୟତ କନ୍ଦାଳପଲ୍ଲୀ , ନାଇଡୁପାଲି , ନୂଆପଲ୍ଲୀ , ଗ୍ରାମର ପୁରୁଷାନୁକ୍ରମେ ଆଜିକୁ ପ୍ରାୟ ୭୫ ବର୍ଷ ହେବ ଖାତା ନଂ.୧୩୬ ଅନ୍ତର୍ଗତ ସମସ୍ତ ପ୍ଳଟ ଗୁଡିକ ଶିକିମ୍ ଅନୁମୋଦନ ପ୍ରକାରେ ନିଜ ଅଧୀନରେ ରଖୁଅଛନ୍ତି । ଚାଷୀଙ୍କ ନିଜ ଦଖଲରେ ଥିବା ଜମିଗୁଡିକ ସେମାନଙ୍କ ଜେଜେ ବାପା, ବାପାଙ୍କ ନାମରେ ୧୩୬ ପଟ୍ଟରେ ଭାଗ ଦଖଲ ଆକାରରେ ଦର୍ଶାଯାଇଛି ।

ଚାଷୀମାନେ ବର୍ତମାନ ଉକ୍ତ ଜମିରେ ଚାଷ ମଧ୍ୟ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ଉକ୍ତ ଜମିଗୁଡିକର ପଟ୍ଟା ବର୍ତମାନ ଦଖଲରେ ରହିଥିବା ଚାଷୀଙ୍କ ନାମରେ ହୋଇପାରିନାହିଁ। ସରକାରଙ୍କୁ ଖଜଣା, ପାଉତି ଚାଷୀମାନେ ଭରଣ ଠିକ୍ ସମୟରେ କରୁଛନ୍ତି। ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ଲାଗି ବର୍ତମାନ ସରକାର ଅଣିଥୁବା ନୂତନ ନିୟମ ସେମାନଙ୍କୁ ଅଡୁଆରେ ପକାଇଛି । ନୂତନ ନିୟମ ପ୍ରକାରେ ଧାନ ମଣ୍ଡି ଲାଗି ଚାଷୀ ପଞ୍ଜିକରଣର ସର୍ତ ତଥା ନିଜେ ପଟ୍ଟାଦାର, କାପଟାଦାରଙ୍କ ଅନୁମୋଦିତ ବ୍ୟକ୍ତି ହୋଇଥିବା, ଅଥବା ଭାଗ ଋଷୀଙ୍କ ଲାଗି ପଟ୍ଟ|ଦାରଙ୍କ ସହମତି ପତ୍ର ପ୍ରଦାନ, ମୃତକ ପଟ୍ଟ ଦାରଙ୍କ ବଂଶ୍ୟାବଳି ପ୍ରମାଣ ପତ୍ର ଆବଶ୍ୟକତା କରାଯାଉଛି। ଏହି ସବୁ ନୂତନ ସର୍ତ ଦ୍ୱାରା ଗ୍ରାମର ପାଖାପାଖୂ ୧୦୦ରୁ ଉର୍ଦ୍ଧ ଚାଷୀ ପଞ୍ଜିକରଣ କରିବାକୁ ଅସମର୍ଥ ହେଉଥ‌ିବା ନେଇ ଚାଷୀମାନେ ପ୍ରକାଶ କରିଛନ୍ତି। ସରକାର ସେମାନଙ୍କ ସମସ୍ୟାକୁ ହୃଦ୍‌ବୋଧ କରି ପଦକ୍ଷେପ ନ ନେଲେ ଚାଷୀକୁଳ ବିପୁଳ ପରିମାଣରେ କ୍ଷତିର ସମ୍ମୁଖୁନ ହେବା ସହ ଚାଷ କାର୍ଯ୍ୟ ପ୍ରତି ମନୋବଳ ଆଉ ରହିବ ନାହିଁ ଚାଷୀମାନେ ଦୁଃଖର ସହ ପ୍ରକାଶ କରିଛନ୍ତି। ତେଣୁ ସହଜ ଓ ସରଳ ପ୍ରକ୍ରିୟାରେ ଚାଷୀ ପଞ୍ଜିକରଣ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।

Related Post