ବ୍ରହ୍ମପୁର, ୯ ଜୁଲାଇ ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) :ଜମି ବିକ୍ରି ଆଳରେ ଟଙ୍କା ଠକେଇ। ସଂପୃକ୍ତ ମାମଲାରେ ସ୍ବାମୀ – ସ୍ତ୍ରୀଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୁଲିସ। ଲକ୍ଷ୍ମଣ ନଗରର ଡମ୍ବୁରୁ ବେହେରା ଓ ତାଙ୍କ ସ୍ତ୍ରୀ ନମିତା ବେହେରାଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ବ୍ରହ୍ମପୁର ଜେଲକୁ ପଥାଇଦିଆଯାଇଛି। ୯୦୦ ବର୍ଗଫୁଟ ଜାଗା ଫାଷ୍ଟଗେଟ ନିକଟରେ ବିକ୍ରି କରିବା ପାଇଁ ଜଣେ ମହିଳା ରିତା ପାଢୀଙ୍କ ଠାରୁ ନଗଦ ୮ଲକ୍ଷ ଟଙ୍କା ନେଇଥିଲେ ଡମ୍ବୁରୁ ଓ ନମିତା। ଏହାପରଠୁ ସେମାନେ ଆଉ ଯୋଗାଯୋଗ ରଖିଲେ ନାହିଁ ଏବଂ ଟଙ୍କା ଫେରିଲେ ନାହିଁ କି ଜମି ଦେଲେ ନାହିଁ। ୨୦୨୩ ଫେବୃଆରୀ ୨୫ ତାରିଖରେ ବୈଦ୍ୟନାଥପୁର ଥାନାରେ ରିତା ଅଭିଯୋଗ କରିଥିଲେ। ଥାନାରେ ଅଭିଯୁକ୍ତ ଟଙ୍କା ଦେବାକୁ ରାଜି ହୋଇଥିଲେ। ନଗଦ ୩ ଲକ୍ଷ ଟଙ୍କା ମାସକ ଭିତରେ ଦେବେ ଏବଂ ୪ଲକ୍ଷ ୬୪ ହଜାର ଟଙ୍କା ମାସକୁ ୭ହଜାର ଲେଖାଏଁ କରି ୬୩ ମାସ ଭିତରେ ପରିଶୋଧ କରିବେ। ସେ ୭ହଜାର ଲେଖାଏଁ ୧୫ ମାସ ଟଙ୍କା ଦେବା ପରେ ଆଉ ଟଙ୍କା ଦେଇନଥିଲେ। ରିତା ବୈଦ୍ୟନଥପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ କରି ଆଜି ନମିତା ଓ ଡ଼ମ୍ବୁରୁଙ୍କୁ ହାତିବନ୍ଧ ସାହି ଭଡ଼ା ଘରୁ ଗିରଫ କରିଛି।
ଜମି ବିକ୍ରି ନାଁରେ ଠକେଇଜେଲ ଗଲେ ସ୍ବାମୀ – ସ୍ତ୍ରୀ
Related Post
ପୀତବାସ ହତ୍ୟା ମାମଲା,କୁରୁପତି ଓ ଉମା ଆସିବେ ରିମାଣ୍ଡରେ
ବ୍ରହ୍ମପୁର, ୦୫ ନଭେମ୍ବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାର୍ପ ସୁଟର କୁରୁପତି ଭୂୟାଁ ଏବଂ ସହଯୋଗୀ ଉମା ବିଷେୟୀଙ୍କୁ ମଙ୍ଗଳବାର
November 4, 2025
ବ୍ରହ୍ମପୁରରେ ଫୁଟିଲା ବୋମା : ଯୁବକ ଗୁରୁତର
ବ୍ରହ୍ମପୁର, ୨ ନଭେମ୍ବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ଅଶାନ୍ତ ହୋଇପଡିଛି ବ୍ରହ୍ମପୁର ସହର | କେତେ ବେଳେ ହତ୍ୟା ତ ଆଉ କେତେ ବେଳେ ଆକ୍ରମଣ | ଗତ
November 3, 2025
ଷଡ଼ଯନ୍ତ୍ର ରହିଛି କି ପୁଲିସ୍ ଏସଆଇ ପରୀକ୍ଷା କେଳେଙ୍କରି ?
ବ୍ରହ୍ମପୁର, ୩୧ ଅକ୍ଟୋବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରି ମାମଲା ସିବିଆଇକୁ ହସ୍ତାନ୍ତର ପ୍ରସଙ୍ଗରେ କ୍ରାଇମ ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ।
October 31, 2025
ବାଘ ପାଦ ଚି଼ହ୍ନ ଓ ରୁମ୍ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ
ବ୍ରହ୍ମପୁର, ୩୦ ଅକ୍ଟୋବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ଛତ୍ରପୁର ବ୍ଲକରେ ପ୍ରଥମ କରି ବାଘ ଦେଖାଯିବା ଘଟଣା ସାଧାରଣ ଲୋକଙ୍କ ପାଇଁ ଏବେ ଚିନ୍ତା ଓ ଭୟର ବାତାବରଣ
October 30, 2025
ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲା୧୧୪ ଅଶାୟୀଙ୍କୁ ଜାମିନ, ୭ ଦଲାଲଙ୍କ ଖାରଜ
ବ୍ରହ୍ମପୁର, ୩୦ ଅକ୍ଟୋବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ଓଡିଶା ପୋଲିସ ନିଯୁକ୍ତି ବୋର୍ଡ୍ (ଓପିଆର ବି) ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ମୋଟ ୧୨୩ ଜଣ
October 29, 2025
ଓଏଏସ ଅଫିସର କୁ ଧମକ ଦେବାରୁ ତିନି କଣ୍ଟ୍ରାକ୍ଟର ଗିରଫ
ପୁରୁଷୋତ୍ତମପୁର ୧୨ ଜୁଲାଇ ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା ଙ୍କୁ ଅଫିସ କାର୍ଯ୍ୟାଳୟରେ ପଶି
July 12, 2025








