କାରଗିଲ ଶହୀଦ ପରିବାରକୁ ସମ୍ୱର୍ଦ୍ଧିତ କଲା ଭାରତୀୟ ସେନା

Khabar Sange Sange

July 14, 2025

1
Min Read

ବ୍ରହ୍ମପୁର, ୧୪ ଜୁଲାଇ ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) : ୧୯୯୯ ମସିହାରେ ଭାରତ ଓ ପାକିସ୍ଥାନର କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଓଡିଶାର ଚାରୋଟି ପରିବାକୁ ଯୁଦ୍ଧର ୨୫ ବର୍ଷ ପୂର୍ତ୍ତୀ ଅବସରରେ ସମ୍ୱର୍ଦ୍ଧିତ କରିଛି ଭାରତୀୟ ସେନା । ଭାରତୀୟ ସେନାର କାରଗିଲରୁ ଆସିଥିବା ଚାରି ଯବାନ ରାଜ୍ୟର ସେହି ସମୟରେ ଶହୀଦ ହୋଇଥିବା ଚାରି ପରିବାରଙ୍କୁ ସାକ୍ଷାତ କରିବା ସହିତ ସେମାନଙ୍କ ପରିବାରର ସୁଖ ଓ ଦୁଃଖକୁ ବୁଝିବା ସହିତ ଏହି ଅବସରରେ ମାନପତ୍ର ପ୍ରଦାନ କରିବା ସହିତ ଏକ ସ୍ମାରକୀ ପ୍ରଦାନ କରି ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମର ଏସ୍.ଶ୍ରୀନିବାସ ପାତ୍ରଙ୍କ ପରିବାରଙ୍କୁ ବ୍ରହ୍ମପୁର ଠାରେ ସାକ୍ଷାତ କରିବା ସହିତ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଛି ।ଏହି ଅବସରରେ ଶ୍ରୀନିବାସଙ୍କ ଧର୍ମପତ୍ନୀ ତଥା ବୀର ନାରୀ ଙ୍କୁ ସମ୍ମାନୀତ କରାଯାଇଥିଲା ।

ଏହି ଅବସରରେ କାରଗିଲ୍ ରୁ ଆସିଥିବା ଯବାନ ମାନେ ଏହି ଅବସରରେ କାରଗିଲ ବିଜୟ ଦିବସ ୨୦୨୫ ଅବସରରେ କାରଗିଲ ଯୁଦ୍ଧ-୧୯୯୯ ମସିହାରେ ଶହୀଦ ହୋଇଥିବା ପ୍ରତେକ ବୀର ଯବାନଙ୍କ ପରିବାର ନିକଟରେ ପହଞ୍ଚିବା ସହିତ ସେମାନଙ୍କ ସହିତ ଆଲୋଚନା କରିବା ଏବଂ ପ୍ରଶଂସାପତ୍ର ଏବଂ ସ୍ମରକୀ ପ୍ରଦାନ କରାଯାଉଛି । ସେପଟେ ଶ୍ରୀନିବାସଙ୍କ ପତ୍ନୀ ବାସନ୍ତୀ ପାତ୍ର ଏହି ଅବସରରେ ଭାରତୀୟ ସେନା ପକ୍ଷରୁ ଯେପରି ଭାବରେ ବୀର ନାରୀଙ୍କ ପାଇଁ ସମସ୍ତ ପ୍ରକାର ବିଭିନ୍ନ ସୁବିଧା ଓ ଅସୁବିଧା ପଚାରି ବୁଝିବା ସହିତ ଏପରି କାରଗିଲ ରୁ ୟବାନ ମାନେ ଆସିବା ଆମ ପାଇଁ ଭାଗ୍ୟର ବିଷୟ ବୋଲି କହିବା ସହିତ ବିଭିନ୍ନ ସମୟରେ କାରଗିଲ ରୁ ଆମ ପରିବାକୁ ସେଠାରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ ହୋଇଥାଏ । ହେଲେ ଆମେ ଯାଇପାରୁନଥିବା ବେଳେ କାରଗିଲ ବିଜୟ ଦିବସ କିମ୍ୱା ଅନ୍ୟ ସମୟରେ ସେଠାକୁ ଯିବୁ ବୋଲି କହିଛନ୍ତି ।

Related Post