
ବ୍ରହ୍ମପୁର, ୯|୭|୨୦୨୫(ଖବର ସଙ୍ଗେ ସଙ୍ଗେ ବ୍ୟୁରୋ): ଓଡ଼ିଶା ସରକାର ଆଇପିଏସ୍ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି । ଏହି କ୍ରମରେ ଅନେକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳି ଏବଂ ପୋଷ୍ଟିଂକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (BPSPA)ରେ , ତାଲିମ ଏବଂ ନିର୍ଦ୍ଦେଶକ ADG ଭାବରେ କାର୍ଯ୍ୟ କରୁଥିବା ବରିଷ୍ଠ IPS ଅଧିକାରୀ ସଞ୍ଜୀବ ପଣ୍ଡା (RR 1994),ଙ୍କୁ ନକ୍ସଲ ବିରୋଧୀ ଅଭିଯାନର ADG ଭାବରେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ସ୍ୱତନ୍ତ୍ର ଗୁଇନ୍ଦା ବିଭାଗ (SIW) ଏବଂ ନକ୍ସଲ ବିରୋଧୀ ଅଭିଯାନ ଉଭୟର ତଦାରଖ କରିବେ ଏବଂ ସିଧାସଳଖ ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ ଏବଂ ମହାନିରିକ୍ଷକଙ୍କୁ ରିପୋର୍ଟ କରିବେ। ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (BPSPA)ରେ , ତାଲିମର IGP ଭାବେ କାର୍ଯ୍ୟ କରୁଥିବା , ଅନୁପ କୁମାର ସାହୁ (RR 2006), ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ BPSPA ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନରେ, ଦକ୍ଷିଣ ପଶ୍ଚିମ ରେଞ୍ଜ (SWR), କୋରାପୁଟର ପୋଲିସ DIG ଭାବେ କାର୍ଯ୍ୟ କରୁଥିବା ଅଖିଳେଶ୍ୱର ସିଂହ (RR 2009), ଭୁବନେଶ୍ୱରର SIW ପୋଲିସ DIG ଭାବରେ ବଦଳି ଏବଂ ପୋଷ୍ଟିଂ କରାଯାଇଛି। ସେହି ପରି, ଡକ୍ଟର କନୱର ବିଶାଲ ସିଂହ (RR 2010), ଯିଏ ଭୁବନେଶ୍ୱରର SIWର ପୋଲିସ ଡିଆଇଜି ଥିଲେ, ତାଙ୍କୁ କୋରାପୁଟର SWRର ପୋଲିସ ଡିଆଇଜି ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦିୟାଯାଇଛି।