ଶ୍ରୀମନ୍ଦିରର ସୁରକ୍ଷାରେ ଢିଲା, ନୀଳାଦ୍ରି ବିଜେ ପରେ ପରେ, ମେଘନାଦ ପାଚେରି କଡରେ ଥିବା ଅଳିଆ ଗଦାକୁ ଶିଢି କରି ମନ୍ଦିର ଭିତରେ ପଶିଲେ ୪ ଯୁବକ….

Khabar Sange Sange

July 9, 2025

Min Read

ବ୍ରହ୍ମପୁର, ୯|୭|୨୦୨୫(ଖବର ସଙ୍ଗେ ସଙ୍ଗେ ବ୍ୟୁରୋ): ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପାଖରେ ମେଘନାଦ ପାଚେରି କଡରେ ଥିବା ଅଳିଆଗଦାକୁ ଶିଢି କରି ମେଘନାଦ ପାଚେରି ଡେଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ୪ ଜଣ ଯୁବକ। କେଉଁ ପରିସ୍ଥିତିରେ କିଭଳି ଭାବରେ ଏହି ଯୁବକ ମାନେ ମେଘନାଦ ପାଚେରି ଡେଇଁ ମନ୍ଦିରରେ ପ୍ରବେଶ କରିଥିଲେ ତାହାକୁ ନେଇ ସବୁଠି ପ୍ରଶ୍ନ ଉଠିଛି । ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ପରେ ପ୍ରତିକ୍ରିୟା ରଖିଛନ୍ତି ଏସପି । ସେ କହିଛନ୍ତି ମେଘନାଦ ପାଚେରି କଡରେ ମାଟି କିଏ ପକାଇଥିଲା ତଦନ୍ତ ହେବ । ତଦନ୍ତ ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି । ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି ଏହି ଯୁବକମାନେ କିଏ, କାହିଁକି ଏଭଳି ଭାବେ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି ….

Related Post