
ସରିଲା ସନ୍ଧ୍ୟାଧୂପ , ଆରମ୍ଭ ହେଲା ଚାରମାଳ ବନ୍ଧା । କିଛି ସମୟ ପରେ ଆରମ୍ଭ ହେବ ପହଣ୍ତି , ନୀଳକନ୍ଦରକୁ ବାହୁଡିବେ ମହାପ୍ରଭୁ । ପତିତପାବନ ଯାତ୍ରା ସାରି ରତ୍ନ ସିଂହାସନକୁ ବାହୁଡ଼ିଛନ୍ତି ଶ୍ରୀଜୀଉ । ଘୋଷଯାତ୍ରାରେ ସାଙ୍ଗରେ ନେଇନଥିବାରୁ ଅଭିମାନୀନିଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ଆମ ମହାପ୍ରଭୁ । ମାନଭଞ୍ଜନ ପରେ ନୀଳକନ୍ଦରରେ ପ୍ରବେଶ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ ।
ଲୀଳାପୁରୁଷ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ରଥଯାତ୍ରାର ଅଷ୍ଟମ ତଥା ଶେଷ ଚରଣ । ଗୁଣ୍ଡିଚା ମଣ୍ଡପରେ ଜନ୍ମବେଦି ମହୋତ୍ସବ ଲୀଳା ସାରି ବାହୁଡ଼ା ଦଶମୀରେ ନୀଳାଦ୍ରିକୁ ଫେରିଛନ୍ତି ଶ୍ରୀମନ୍ଦିରର ଅଧିଷ୍ଠାତା ଆମ ମହାପ୍ରଭୁ । ସେ ଚକାଆଖି ବାର ଦିନ ର ଯାତ୍ରା ସାରି ଫେରୁଛନ୍ତି ରତ୍ନବେଦିଙ୍କୁ । କଥାରେ ଅଛି ଯେଉଁଠି ଭଲପାଇବା ଅଛି ସେଇଠି ମାନ ଅଭିମାନ ରହିଛି ସେହି ଅଭିମାନରୁ ଆମ ମହାପ୍ରଭୁ ବଳିବେ କେମିତି ଯେ । ଆଜି ସେହି ମାନବୀୟ ଲୀଳା ସାରି ଆମ ମହାପ୍ରଭୁ ଫେରିବେ ରତ୍ନବେଦିକୁ । ଆପଣ ଆଜି ଫେରିଯିବେ ରତ୍ନବେଦିକୁ ସତରେ ପ୍ରଭୁ ଆପଣଙ୍କୁ ଛାଡିବାକୁ ମନ ହେଉନି ଆମର … କିନ୍ତୁ ପ୍ରଭୁ ଆପଣଙ୍କୁ ସେମିତି ଅପେକ୍ଷା କରି ରହିବୁ ଆରବର୍ଷକୁ