ସମ୍ବିଧାନ ବଞ୍ଚାଅ ସମାବେଶରେ କଂଗ୍ରେସ ଯୁବରାଜଙ୍କ ରଣହୁଙ୍କାର….

Khabar Sange Sange

July 11, 2025

Min Read

ବ୍ରହ୍ମପୁର,,୧୧/୭|୨୦୨୫( ଖବର ସଙ୍ଗେ ସଙ୍ଗେ ବ୍ୟୁରୋ)

ବରମୁଣ୍ଡାରେ କଂଗ୍ରେସର ସମ୍ବିଧାନ ବଞ୍ଚାୟ ସମାବେଶରେ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରି ରାହୁଲ କହିଛନ୍ତି ଆପଣଙ୍କ ସରକାର ଗରିବଙ୍କୁ ଲୁଟୁଛନ୍ତି । ବିଜେପି ପୁରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କ ଥିଲା,ଏବଂ ରହିବ । ଆଦିବାସୀଙ୍କ ଅଧିକାରକୁ କେହିବି ଛଡାଇ ନେଇପାରିବେନି । ନିର୍ଯାତିତ ଲୋକଙ୍କ ପାଖରେ କଂଗ୍ରେସ ଠିଆ ହୋଇ ରହିବ । ରଥଯାତ୍ରା ଅଘଟଣକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଜଗନ୍ନାଥଙ୍କ ରଥଯାତ୍ରା ଚାଲିଥିବା ବେଳେ ଅଦାନୀଙ୍କ ପାଇଁ ରଥକୁ ଅଟକା ଯାଇଥିବା ଅଭିଯୋଗ କରିଛନ୍ତି ରାହୁଲ । ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର । ଏହା ସହିତ ଓଡ଼ିଶାରେ ୪୦ହଜାର ମହିଳା ଗାଏବ ହୋଇଛନ୍ତି । ସେମାନଙ୍କର କୌଣସି ପତ୍ତା ମିଳୁନାହିଁ ବୋଲି ରାହୁଲ କହିଛନ୍ତି । ମହିଳାଙ୍କୁ ଦୁଷ୍କର୍ମ ହେଉଛି, ହେଲେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ।

Related Post