
ବ୍ରହ୍ମପୁର, ୯|୭|୨୦୨୫(ଖବର ସଙ୍ଗେ ସଙ୍ଗେ ବ୍ୟୁରୋ): ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସନ୍ତା ୧୧ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଙ୍ଗେ ଓ ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁ ଗୋପାଳ ମଧ୍ୟ ଆସିବେ। ଏହି ଗସ୍ତକୁ ସଫଳ ଓ ସୁପରିଚାଳନା କରିବା ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ ବିଭିନ୍ନ କମିଟି ଗଠନ କରିଛନ୍ତି। କାର୍ଯ୍ୟକ୍ରମ ଆୟୋଜନ କମିଟିରେ ମାନସ ଚୌଧୁରୀ ସଂଯୋଜକ ରହିଥିବା ବେଳେ ବିଧାୟକ ସାଗର ଚରଣ ଦାସ, ମନୋଜ ଜେନା, ରଞ୍ଜିତ ପାତ୍ର, ମହମ୍ମଦ ଇମ୍ଦାଦ୍, ରାଜୀବ ପଟ୍ଟନାୟକ, ଅଭିଳାଷ ମାଣିଆ ଓ ଅମରେଶ ପରିଡ଼ା ସଭ୍ୟ ରହିଛନ୍ତି। ପ୍ରଚାର ଓ ପ୍ରସାର କମିଟିରେ ନବଜ୍ୟୋତି ପଟ୍ଟନାୟକ ସଂଯୋଜକ ରହିଥିବା ବେଳେ ଜାନକ ବଲ୍ଲଭପଟ୍ଟନାୟକ, ଶାନ୍ତାୟନ ମିଶ୍ର, ମନୋଜ ବିଶ୍ଵାଳ, ମିଲନ ପଟ୍ଟନାୟକ ଓ ଉଦିତ ପ୍ରଧାନ ପ୍ରମୁଖ ସଭ୍ୟ ଭାବରେ ରହିଛନ୍ତି। ସାଂଗଠନିକ କମିଟି ବୈଠକରେ ଶୁଭେନ୍ଦୁ ମହାନ୍ତି ସଂଯୋଜକ ରହିଥିବା ବେଳେ ୟାସିର ନୱାଜ, ପ୍ରକାଶ ମିଶ୍ର, ପ୍ରଦୀପ କୁମାର ମହାପାତ୍ର, ଲଲାଟେନ୍ଦୁ ଶତପଥୀ ଓ ସଂଜୟ ତ୍ରିପାଠୀ ପ୍ରମୁଖ ସଭ୍ୟ ଭାବରେ ରହିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।