ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ୩.୫ ବର୍ଷର ଶିଶୁ ରିଆନ୍ସ

Khabar Sange Sange

July 9, 2025

Min Read

ବ୍ରହ୍ମପୁର, ୯ ଜୁଲାଇ ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) : ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ପ୍ରହଲାଦନଗରର ୩ ବର୍ଷ ୫ ମାସ ବୟସର ଶିଶୁ ରିଆନ୍ସ କୁମାର ସାହୁ ା ଏହି କମ୍ ବୟସରେ ରିଆନ୍ସଙ୍କ ପ୍ରତିଭା ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡ ପକ୍ଷରୁ ତାଙ୍କୁ ‘ଆଇବିଆର ଆଚିଭର’ ଟାଇଟଲ ପ୍ରଦାନ କରାଯାଇଛି ା ବ୍ରହ୍ମପୁର ପ୍ରହଲାଦ ନଗର ୨ୟ ଗଳିର କାଶିନାଥ ସାହୁ ଓ ଝୁନୁ ସାହୁଙ୍କ ନାତୀ ରିଆନ୍ସ ଦେଶର ୨୮ଟି ରାଜ୍ୟର ନାମ ନିର୍ଭୁଲ ଭାବେ କହିପାରୁଥିବା ବେଳେ ୧୩ଟି ଜାତୀୟ ପ୍ରତୀକ ନାମ, ୨ ଓ ୩ ପଣିକିଆ, ସମସ୍ତ ବାର ଓ ମାସ କହିପାରୁଛନ୍ତି ା

ସେହିପରି ନିର୍ଦ୍ଧାରିତ ସମୟରେ ୧୫ଟି ସାଧାରଣ ଜ୍ଞାନର ଉତ୍ତର ଦେଇପାରୁଥିବା ବେଳେ ଇଂରାଜୀର ଏ ଠାରୁ ଜେଡ୍ ଯାଏଁ ଲେଖିବା, ୧ ଠାରୁ ୪୦ ଯାଏଁ ସଂଖ୍ୟା ଲେଖିବା, ୮ଟି ଗ୍ରହର ନାମ କହିପାରୁଛନ୍ତି ା ରିଆନ୍ସଙ୍କ ଏହି ପ୍ରତିଭାକୁ ନେଇ ତାଙ୍କ ପରିବାର ଲୋକେ ଇଣ୍ଡିଆ ବୁକ୍ ଅଫ ରେକର୍ଡସ ପାଇଁ ଆବେଦନ କରିଥିଲେ ା ସେହିକ୍ରମରେ ଇଣ୍ଡିଆ ବୁକ୍ ଅଫ ରେକର୍ଡସ କର୍ତ୍ତୃପକ୍ଷ ବିଧିବଦ୍ଧ ଯାଞ୍ଚ ଓ ପ୍ରକ୍ରିୟା ସମାସ୍ତ କରିବା ପରେ ତାଙ୍କୁ ଟାଇଟଲ ସହ ମାନପତ୍ର, ମେଡାଲ ପ୍ରଦାନ କରିଥିଲେ ା ତେବେ ରିଆନ୍ସଙ୍କ ଏହି ସଫଳତା ବ୍ରହ୍ମପୁର ଓ ଗଞ୍ଜାମ ଜିଲା ପାଇଁ ଗର୍ବର ବିଷୟ ବୋଲି ତାଙ୍କ ପିତା ଟୁଟୁ ସାହୁ ଓ ମାତା ଲକ୍ଷ୍ମୀ ସାହୁ କହିଛନ୍ତି ା

Related Post