ମୋଦୀଙ୍କୁ ନାମ୍ବିଆର ସର୍ବୋଚ୍ଚ ନାଗରିକ ସମ୍ମାନ…..

Khabar Sange Sange

July 10, 2025

1
Min Read

ବ୍ରହ୍ମପୁର,,୧୦/୭|୨୦୨୫( ଖବର ସଙ୍ଗେ ସଙ୍ଗେ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମ୍ବିଆ ସର୍ବୋଚ୍ଚ ନାଗରିକ ସମ୍ମାନ-‘ଅର୍ଡର ଅଫ୍ ଦ ମୋଷ୍ଟ ଆନସିଏଣ୍ଟ ୱେଲୱିଟସିଆ ମିରାବିଲିସ୍’ ମିଳିଛି। ନାମ୍ବିଆର ରାଷ୍ଟ୍ରପତି ନେତୁମ୍ବୋ ନନ୍ଦୀ-ନଦାଇତୱା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ପୁରସ୍କାର ପାଇବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ନେତା। ପୁରସ୍କାର ଗ୍ରହଣ କରିବା ପରେ ମୋଦୀ ଏହାକୁ ଭାରତର ୧୪୦ କୋଟି ନାଗରିକ ଏବଂ ଭାରତ ଓ ନାମ୍ବିଆ ମଧ୍ୟରେ ଥିବା ଐତିହାସିକ ତଥା ସ୍ଥାୟୀ ସମ୍ପର୍କକୁ ଉତ୍ସର୍ଗ କରିଥିଲେ। ଏହି ସମ୍ମାନ ପାଇଁ ମୋଦୀ ନାମ୍ବିଆ ରାଷ୍ଟ୍ରପତି ନନ୍ଦୀ- ନଦାଇତୱା ଏବଂ ନାମ୍ବିଆର ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ପୁରସ୍କାରକୁ ଭାରତ ଏବଂ ନାମ୍ବିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି। ଏହା ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଭାଗୀଦାରିକୁ ଅଧିକ ଉଚ୍ଚତାକୁ ନେବା ପାଇଁ ଉଭୟ ଦେଶର ଯୁବ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ସେ କହିଛନ୍ତି। ନାମ୍ବିଆ ଗସ୍ତ କାଳରେ ମୋଦୀ ଏହାର ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେଇଥିଲେ। ନାମ୍ବିଆ ସରକାର ଭାରତକୁ ଚିତାବାଘ ଦେଇଥିବାରୁ ମୋଦୀ ଧନ୍ୟବାଦ ଜଣାଇଥିଲେ। ନାମ୍ବିଆ ଗସ୍ତ ପରେ ମୋଦୀ ତାଙ୍କର ୮ଦିନିଆ ୫ ରାଷ୍ଟ୍ର ଗସ୍ତ ଶେଷ କରି ସ୍ବଦେଶ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି……

Related Post