କାନାଡା ଉପରେ ୩୫% ଟିକସ ଲଗାଇଲା ଆମେରିକା…..

Khabar Sange Sange

July 11, 2025

Min Read

ବ୍ରହ୍ମପୁର,,୧୧/୭|୨୦୨୫( ଖବର ସଙ୍ଗେ ସଙ୍ଗେ ବ୍ୟୁରୋ)

କାନାଡା ଉପରେ ପଡ଼ିଲା ଟ୍ରମ୍ପଙ୍କ ଟାରିଫ୍ ଛାଟ। ଶୁକ୍ରବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାରୁ ଆସୁଥିବା ଉତ୍ପାଦ ଉପରେ ୩୫% ର ଭାରୀ ଶୁଳ୍କ (ଆମଦାନୀ ଶୁଳ୍କ) ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି ଶୁଳ୍କ ୧ ଅଗଷ୍ଟ, ୨୦୨୫ରୁ କାର୍ଯ୍ୟକାରୀ ହେବ ଏବଂ ଆମେରିକାରେ ପ୍ରବେଶ କରୁଥିବା ସମସ୍ତ କାନାଡା ଉତ୍ପାଦ ଉପରେ ଲାଗୁ ହେବ। ଟ୍ରମ୍ପ ଏହି ନିଷ୍ପତ୍ତିକୁ କାନାଡାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଏବଂ ଅନୁଚିତ ବାଣିଜ୍ୟ ଆଚରଣର ଜବାବ ବୋଲି କହିଛନ୍ତି।

Related Post