ଦକ୍ଷିଣ ଓଡ଼ିଶାର ପ୍ରମୁଖ ଡାକ୍ତରଖାନା ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ୍। ସବୁବେଳେ ଭୁଲ୍ କାରଣରୁ ହିଁ ଚର୍ଚ୍ଚାରେ ରହୁଛି ସ୍ବାସ୍ଥ୍ଯସେବାର ଏହି ପ୍ରମୁଖ କେନ୍ଦ୍ର। ଏବେ ଅଭିଯୋଗ ଯେ, ଡିଏମଏଲଟି ଓ ଡିଏମଆରଟି ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ଅନିୟମିତତା ହୋଇଛି। ପରୀକ୍ଷାରେ ବ୍ୟାପକ କପି ଚାଲୁଥିବା ବେଳେ ଧରାପଡିଯିବା ଭୟରେ ସିସିଟିଭି କ୍ୟାମେରା ଅଚଳ ା ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଏମକେସିଜି କଲେଜର ଷ୍ଟାଫ୍ ଓ ସିସିଟିଭି କ୍ୟାମେରା ଦାୟିତ୍ବରେ ଥିବା ଘରୋଇ ସଂସ୍ଥାର ସଲାସୁତୁରାରେ ସିସିଟିଭି ଫୁଟେଜ୍ ଗାଏବ କରି ଦିଆଯାଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ।ଏପରିକି ସୂଚନା ଅଧିକାର ଆଇନରେ ସିସିଟିଭି ଫୁଟେଜ ମଗାଯାଇଥିବା ବେଳେ ଏମକେସିଜି କର୍ତ୍ତୃପକ୍ଷ ବୈଷୟିକ ସମସ୍ୟା ଦର୍ଶାଇଛନ୍ତି । ଏପରିକି ପରୀକ୍ଷା କେବୁଲ ତାର କଟି ଯାଇଥିବା ବୋଲି ସଫେଇ ଦେଇଛି ସିସିଟିଭି କ୍ୟାମେରା ଦାୟିତ୍ୱରେ ଥିବା ସଂସ୍ଥା।
ଏମକେସିଜିରେ ଡାକ୍ତର, ମହିଳା, ରୋଗୀଙ୍କ ସୁରକ୍ଷା ସହ ପରୀକ୍ଷା ସମୟରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ବିଭିନ୍ନ ସ୍ଥାନରେ ୧୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି । ପି.ଏମ ସନ୍ସ ନାମକ ଏକ ଘରୋଇ ସଂସ୍ଥାକୁ ପରିଚାଳନା ଦାୟିତ୍ବ ଦିଆଯାଇଛି । ଏହି ସଂସ୍ଥା ଏମକେସିଜିରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ନେଉଛି। ହେଲେ ପରୀକ୍ଷା ଚାଲୁଥିବା ବେଳେ କପି ଓ ମୋବାଇଲ ବ୍ୟବହାର ହେଉଥିଲେ
ମଧ୍ୟ ତାହାର ରେକର୍ଡିଂ କିପରି ରହୁନି ବୋଲି ପ୍ରଶ୍ନ ଉଠୁଛି।
ଏ ବର୍ଷ ଫେବୃଆରୀ ମାସରେ ବିଭିନ୍ନ କଲେଜର ଡିଏମଏଲଟି ଓ ଡିଏମଆରଟି ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ ହୋଇଥିଲା ା ଏମକେସିଜିର କିଛି କର୍ମଚାରୀ ଓ ଏକାଧିକ ଘରୋଇ କଲେଜ କର୍ମଚାରୀମାନେ ପରୀକ୍ଷା ହଲ ନିକଟରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । ସୂଚନା ଅଧିକାର ବଳରେ ଫେବୃଆରୀ ୧୯ ଓ ୨୦ ତାରିଖରେ ପରୀକ୍ଷାର ସିସିଟିଭି ଫୁଟେଜ ମଗାଯାଇଥିଲା । ହେଲେ କେବଳ ୨୦ ତାରିଖର ସିସିଟିଭି ଫୁଟେଜ ପ୍ରଦାନ କରାଯାଇଥିଲା ା ବୈଷୟିକ ସମସ୍ୟା ଯୋଗୁ ୧୯ ତାରିଖର ସିସିଟିଭି ଫୁଟେଜ ନାହିଁ ବୋଲି ଏମକେସିଜି ପକ୍ଷରୁ କୁହାଯାଇଥିଲା ା ପରୀକ୍ଷାରେ ଅନିୟମିତା ଧରାପଡିଯିବା ଭୟରେ ଏମକେସିଜି କର୍ତ୍ତୃପକ୍ଷ ୧୯ ତାରିଖର ସିସିଟିଭି ଫୁଟେଜ ପ୍ରଦାନ କରିନାହାନ୍ତି ବୋଲି ଅଭିଯୋଗ ହୋଇଛି।