ପୁରୁଷୋତ୍ତମପୁର ୧୨ ଜୁଲାଇ ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା ଙ୍କୁ ଅଫିସ କାର୍ଯ୍ୟାଳୟରେ ପଶି ତିନି ଜଣ ବିଜେଡି ଠିକାଦାର ଜୀବନରେ ମାରିଦେବା ଧମକ ଓ ବିଭିନ୍ନ ଅଭଦ୍ର ଭାଷା ପ୍ରୟୋଗ କରି ଗାଳି ଦେଇ ଅପମାନ ଶବ୍ଦ କହି ଅଫିସ ଟେବୁଲ ବାଡେଇ ଧାମକ ଦେବା ମହଙ୍ଗା ପଡିଛି । ବିଜେଡି କଣ୍ଟାକ୍ଟର ମାନେ ଅତି ନିମ୍ନ ମାନର କାର୍ଯ୍ୟ କରି ଜବରଦସ୍ତ ଭାବେ ବିଲ୍ କରାଇବା ଓ ସବୁଦିନେ ଅଫିସ ଭିତରେ ପଶି ହୋହଲ୍ଲା କରି ଆସୁଥିଲେ । ଗତ ୩୦ ତାରିଖ ଦିନ ଏହିପଟେ ଜିଲ୍ଲା ପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଚାଲିଥିବା ବେଳେ ସେହିପଟେ ଜଣେ ବରିଷ୍ଟ ଓଏଏସ ଅଫିସର ତଥା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଧମକ ଖବର ଓଏଏସ ସଂଘ ପାଖରେ ଅଭିଯୋଗ ପରେ ଗଣ ମାଧ୍ୟମରେ ପ୍ରକାଶିତ ଖବର ଶୁଣି ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏଥି ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ । ପୁରୁଷୋତ୍ତମପୁର ଥାନା ଅଧିକାରୀ ରାଜେଶ କୁମାର ନାୟକ କେଶ ନମ୍ବର ୫୨୨/୨୫ ପ୍ରକାରେ ଠିକାଦାର ଆଶିଷ କୁମାର ମହାପାତ୍ର ଓ ତାଙ୍କ ବାପା ନାରାୟଣ ପ୍ରସାଦ ମହାପାତ୍ର ଏବଂ ଦୀପକ ଗୌଡ ତିନି କଣ୍ଟ୍ରାକ୍ଟର କୁ ଆରେଷ୍ଟ କରି କୋର୍ଟ କୁ ପଠାଇ ଦିଆଯାଇଛି । ଏହି ମାନଙ୍କର ଠିକା କାମ ଅତି ନିମ୍ନ ମାନର ବୋଲି ଜନସାଧାରଣ ଙ୍କ ଅଭିଯୋଗ ବାରମ୍ବାର ହୋଇ ଆସୁଥିଲା ଓ ଭିଜିଲାନ୍ସ ଚଢ଼ାଉ କରି ୧୨୨ ଗୋଟି ଫାଇଲ ଜବତ କରି ନେଇ ଖୋଲତାଡ କରୁଥିବା ବେଳେ ସହର ମଧ୍ୟ ଭାଗରେ ଥିବା ଗୋପାଳ ବନ୍ଧ ର ଗାର୍ଡୱାଲ ନିର୍ମାଣ ର ବିଲ୍ ତୁରନ୍ତ କରାଇ ଦେବା ପାଇଁ ବଧ୍ୟକାରି ଧମକ ଦେବା ମହଙ୍ଗା ପଡିଛି । ପୁରୁଷୋତ୍ତମପୁର କୋର୍ଟରେ ବେଲ ରିଜେକ୍ଟ ହୋଇଥିବାରୁ ଜେଲ ପଠାଇ ଦିଆଯାଇଛି ।
ଓଏଏସ ଅଫିସର କୁ ଧମକ ଦେବାରୁ ତିନି କଣ୍ଟ୍ରାକ୍ଟର ଗିରଫ
Related Post
ପୀତବାସ ହତ୍ୟା ମାମଲା,କୁରୁପତି ଓ ଉମା ଆସିବେ ରିମାଣ୍ଡରେ
ବ୍ରହ୍ମପୁର, ୦୫ ନଭେମ୍ବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାର୍ପ ସୁଟର କୁରୁପତି ଭୂୟାଁ ଏବଂ ସହଯୋଗୀ ଉମା ବିଷେୟୀଙ୍କୁ ମଙ୍ଗଳବାର
November 4, 2025
ବ୍ରହ୍ମପୁରରେ ଫୁଟିଲା ବୋମା : ଯୁବକ ଗୁରୁତର
ବ୍ରହ୍ମପୁର, ୨ ନଭେମ୍ବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ଅଶାନ୍ତ ହୋଇପଡିଛି ବ୍ରହ୍ମପୁର ସହର | କେତେ ବେଳେ ହତ୍ୟା ତ ଆଉ କେତେ ବେଳେ ଆକ୍ରମଣ | ଗତ
November 3, 2025
ଷଡ଼ଯନ୍ତ୍ର ରହିଛି କି ପୁଲିସ୍ ଏସଆଇ ପରୀକ୍ଷା କେଳେଙ୍କରି ?
ବ୍ରହ୍ମପୁର, ୩୧ ଅକ୍ଟୋବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରି ମାମଲା ସିବିଆଇକୁ ହସ୍ତାନ୍ତର ପ୍ରସଙ୍ଗରେ କ୍ରାଇମ ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ।
October 31, 2025
ବାଘ ପାଦ ଚି଼ହ୍ନ ଓ ରୁମ୍ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ
ବ୍ରହ୍ମପୁର, ୩୦ ଅକ୍ଟୋବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ଛତ୍ରପୁର ବ୍ଲକରେ ପ୍ରଥମ କରି ବାଘ ଦେଖାଯିବା ଘଟଣା ସାଧାରଣ ଲୋକଙ୍କ ପାଇଁ ଏବେ ଚିନ୍ତା ଓ ଭୟର ବାତାବରଣ
October 30, 2025
ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲା୧୧୪ ଅଶାୟୀଙ୍କୁ ଜାମିନ, ୭ ଦଲାଲଙ୍କ ଖାରଜ
ବ୍ରହ୍ମପୁର, ୩୦ ଅକ୍ଟୋବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ଓଡିଶା ପୋଲିସ ନିଯୁକ୍ତି ବୋର୍ଡ୍ (ଓପିଆର ବି) ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ମୋଟ ୧୨୩ ଜଣ
October 29, 2025
ଜମି ବିକ୍ରି ନାଁରେ ଠକେଇଜେଲ ଗଲେ ସ୍ବାମୀ – ସ୍ତ୍ରୀ
ବ୍ରହ୍ମପୁର, ୯ ଜୁଲାଇ ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) :ଜମି ବିକ୍ରି ଆଳରେ ଟଙ୍କା ଠକେଇ। ସଂପୃକ୍ତ ମାମଲାରେ ସ୍ବାମୀ – ସ୍ତ୍ରୀଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୁଲିସ।
July 9, 2025








