ବିଦ୍ୟୁତ୍ ବିଲ୍ ଆଦାୟ କରିବାକୁ ଆସିଥିବା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ବାଉଁଶ ମୂଳରେ ମାଡ…..

Khabar Sange Sange

July 9, 2025

Min Read

ବ୍ରହ୍ମପୁର, ୯|୭|୨୦୨୫(ଖବର ସଙ୍ଗେ ସଙ୍ଗେ ବ୍ୟୁରୋ): ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରିବାକୁ ଆସିଥିବା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ବାଉଁଶ ମୂଳରେ ପିଟିଲେ ଜନୈକ ଯୁବକ।ପିପିଲି ଉପବିଭାଗ ଅଧୀନ ସେକ୍ସନ ୱାନ ବିଲ୍ ଆଦାୟକାରି ଟିମ କର୍ମଚାରୀଙ୍କୁ ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ମୁକୁନ୍ଦଦାସପୁରର ଜଣେ ଉପଭୋକ୍ତା ବାଉଁଶ ମୂଳରେ ନିସ୍ତୁକ ମାଡ଼ ମାରିଛନ୍ତି। ପିପିଲି ବିଦ୍ୟୁତ୍ ବିଭାଗ ଟିମର ଡିସି ମୁଖ୍ୟ ଅଵସରପ୍ରାପ୍ତ ସେନା କର୍ମଚାରୀ ପଦ୍ମଚରଣ ପ୍ରଧାନଙ୍କ ନେତୃତ୍ୱରେ ମୁକୁନ୍ଦଦାସପୁରକୁ ବକେୟା ବିଲ୍ ଆଦାୟ କରିବାକୁ ବିଦ୍ୟୁତ୍ ବିଭାଗ ର ଏକ ସ୍ଵତନ୍ତ୍ର ଟିମ ମୁକୁନ୍ଦଦାସପୁର ଯାଇଥିଲେ। ଗାଁ ର ମୁଖ୍ୟ ପ୍ରବେଶ ଦ୍ଵାରରେ ସ୍ଥାନୀୟ ୱାର୍ଡ ସଭ୍ୟ ମହମ୍ମଦ ସାମସୁଦ୍ଦିନ ହୁକ ପକାଇ ନିଜ ଘରେ ଚୋରାରେ ବିଦ୍ୟୁତ୍ ବ୍ୟବହାର କରୁଥିଲେ। ବିଲ୍ ଆଦାୟ ଟିମର ସୁପରଭାଇଜର ରାଜେଶ ସାହୁ ବକେୟା ବିଦ୍ୟୁତ୍ ବିଲ୍ ମାଗିବା ସହ ହୁକ ପାଇଁ ଉଦ୍ଧିଷ୍ଟ ଥିବା ଲାଇନ କାଟିବାକୁ କହିଥିଲେ। ଏଥିରେ ସାମସୁଦ୍ଦିନ ଉତକ୍ଷିପ୍ତ ହୋଇ ରାଜେଶଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାଉଁଶ ମୂଳିରେ ଅତର୍କିତ ଆକ୍ରମଣ କରିଥିଲେ। ଏନେଇ ରାଜେଶ ସାହୁ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିବା ସହ ଅଭିଯୁକ୍ତ ମହମ୍ମଦ ସାମସୁଦ୍ଦିନ ଙ୍କୁ ଅଟକ ରଖିଛି ।

Related Post