ପୁଣି ସ୍ପେଶାଲ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ମିଳିଲା ସଫଳତା । ୭ ଜଣ କୁଖ୍ୟାତ ଅପରାଧିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଜବତ ହୋଇଛି ୫ଟି ବନ୍ଧୁକ । ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଏକ କାରରୁ ଗୋଟିଏ ବନ୍ଧୁକ ମିଳିଥିଲା। ଏହାପରେ ସେମାନେ ଭଡ଼ାରେ ରହୁଥିବା ଏକ ଘରେ ମଧ୍ୟ ଚଢ଼ାଉ କରିଥିଲା ପୋଲିସ । ସମ୍ପୃକ୍ତ ଭଡ଼ା ଘରୁ ଆଉ ଦୁଇଟି ବନ୍ଧୁକ ସହ ୩୪ଟି ଅଫୁଟ ଗୁଳିକୁ ମଧ୍ୟ ପୋଲିସ ଜବତ କରିଥିଲା । ସେହିପରି ଗୋଷାଣୀ ନୂଆଗାଁ ଥାନା ପୋଲିସ ପକ୍ଷରୁ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା କିଛି ଯୁବକ କାହାକୁ ମାରିବା ପାଇଁ ଯୋଜନା କରୁଛନ୍ତି । ଏନେଇ ପୋଲିସ ଚଢ଼ାଉ କରିବା ବେଳେ ପ୍ରଥମେ ଶନି ଓରଫ୍ ସୁନୀଲ କୁମାର ସାହୁକୁ ପୋଲିସ କାବୁ କରିଥିଲା । ଶନିଙ୍କ ଠାରୁ ଗୋଟିଏ ବନ୍ଧୁକ ଓ କିଛି ଗୁଳି ଜବତ କରିଥିଲା ପୋଲିସ । ଏହାପରେ ସୁରଜ ପାଢ଼ୀ ଓ ଗୋବର୍ଦ୍ଧନ ପାତ୍ର ନାମକ ଦୁଇ ଜଣ ଯୁବକଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ପୋଲିସ ଏୟାର ଗନ ଜବତ ହୋଇଥିଲା । ସେହିପରି ସୁମନ୍ତ ପାତ୍ରଙ୍କ ଠାରୁ ୫ଟି ବୋମାକୁ ଜବତ କରିଥିଲା ପୋଲିସ । ବନ୍ଧୁକ ଗୁଡ଼ିକୁ ଖୋର୍ଦ୍ଧାର ରବିନ୍ଦ୍ର ମହାରଣାଙ୍କ ଠାରୁ ରୂପାନ୍ତରିତ କରିଥିବା ଯୋଗୁଁ ରବିନ୍ଦ୍ରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଗିରଫ ସୁମନ୍ତ ପାତ୍ର ଜଣେ ଏଟିଏମ ଲୁଟେରା ନେଇ ପୂର୍ବରୁ ପୋଲିସ ଗିରଫ କରିଥିବା ବେଳେ ତା ଠାରୁ ୨୨ଟି ଏଟିଏମ୍ କାର୍ଡକୁ ମଧ୍ୟ ପୋଲିସ ଜବତ କରିଛି । ଏହି ଦୁଇଟି ମାମଲାରେ ପୋଲିସ ମୋଟ ୭ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୫ଟି ବନ୍ଧୁକ, ନଗଦ ୧ଲକ୍ଷ ୧୧ ହଜାର ୫୦୦ ଟଙ୍କା, ୪୩ଟି ଜୀବନ୍ତ ଗୁଳି, ୬ଟି ମୋବାଇଲ, ୨୨ଟି ଏଟିଏମ୍ କାର୍ଡ ଓ ଗୋଟିଏ ମହିନ୍ଦ୍ରା ଟିୟୁଭି ୩୦୦ କାରକୁ ଜବତ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।
ବ୍ରହ୍ମପୁର ପୋଲିସକୁ ବଡ ଧରଣର ସଫଳତା।‘ଖୋଜ୍’ରେ ବର୍ତ୍ତମାନ ସୁଦ୍ଧା ୨୦ଅପରାଧୀ ଗିରଫ, ୧୧ଟି ପିସ୍ତଲ ଓ ୫୨ରାଉଣ୍ଡ ଗୁଳି ଜବତ
Related Post
ପୀତବାସ ହତ୍ୟା ମାମଲା,କୁରୁପତି ଓ ଉମା ଆସିବେ ରିମାଣ୍ଡରେ
ବ୍ରହ୍ମପୁର, ୦୫ ନଭେମ୍ବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାର୍ପ ସୁଟର କୁରୁପତି ଭୂୟାଁ ଏବଂ ସହଯୋଗୀ ଉମା ବିଷେୟୀଙ୍କୁ ମଙ୍ଗଳବାର
November 4, 2025
ବ୍ରହ୍ମପୁରରେ ଫୁଟିଲା ବୋମା : ଯୁବକ ଗୁରୁତର
ବ୍ରହ୍ମପୁର, ୨ ନଭେମ୍ବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ଅଶାନ୍ତ ହୋଇପଡିଛି ବ୍ରହ୍ମପୁର ସହର | କେତେ ବେଳେ ହତ୍ୟା ତ ଆଉ କେତେ ବେଳେ ଆକ୍ରମଣ | ଗତ
November 3, 2025
ଷଡ଼ଯନ୍ତ୍ର ରହିଛି କି ପୁଲିସ୍ ଏସଆଇ ପରୀକ୍ଷା କେଳେଙ୍କରି ?
ବ୍ରହ୍ମପୁର, ୩୧ ଅକ୍ଟୋବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରି ମାମଲା ସିବିଆଇକୁ ହସ୍ତାନ୍ତର ପ୍ରସଙ୍ଗରେ କ୍ରାଇମ ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ।
October 31, 2025
ବାଘ ପାଦ ଚି଼ହ୍ନ ଓ ରୁମ୍ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ
ବ୍ରହ୍ମପୁର, ୩୦ ଅକ୍ଟୋବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ଛତ୍ରପୁର ବ୍ଲକରେ ପ୍ରଥମ କରି ବାଘ ଦେଖାଯିବା ଘଟଣା ସାଧାରଣ ଲୋକଙ୍କ ପାଇଁ ଏବେ ଚିନ୍ତା ଓ ଭୟର ବାତାବରଣ
October 30, 2025
ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲା୧୧୪ ଅଶାୟୀଙ୍କୁ ଜାମିନ, ୭ ଦଲାଲଙ୍କ ଖାରଜ
ବ୍ରହ୍ମପୁର, ୩୦ ଅକ୍ଟୋବର ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) ଓଡିଶା ପୋଲିସ ନିଯୁକ୍ତି ବୋର୍ଡ୍ (ଓପିଆର ବି) ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ମୋଟ ୧୨୩ ଜଣ
October 29, 2025
ଓଏଏସ ଅଫିସର କୁ ଧମକ ଦେବାରୁ ତିନି କଣ୍ଟ୍ରାକ୍ଟର ଗିରଫ
ପୁରୁଷୋତ୍ତମପୁର ୧୨ ଜୁଲାଇ ୨୦୨୫ (ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା ଙ୍କୁ ଅଫିସ କାର୍ଯ୍ୟାଳୟରେ ପଶି
July 12, 2025








