ଯୋଗାଣ ବିଭାଗ ଅଧିକାରୀଙ୍କ ଗାଡ଼ିରେ ପୁଳା ପୁଳା ଟଙ୍କା, ୩ଲକ୍ଷ ଜବତ କଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍

Khabar Sange Sange

July 9, 2025

1
Min Read

ବ୍ରହ୍ମପୁର, ୯|୭|୨୦୨୫(ଖବର ସଙ୍ଗେ ସଙ୍ଗେ ବ୍ୟୁରୋ): ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା। ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର ଦୁର୍ନୀତି ନିବାରଣ ଟିମ୍ । ଆଜି ସକାଳେ ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ତାଙ୍କର ଛତ୍ରପୁର ବ୍ୟାଙ୍କ୍ କଲୋନୀ ସ୍ଥିତ ଭଡା ଘରୁ ଅଫିସ ଯାଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ନଗଦ ଜବତ କରିଛି ।


ଏହାଛଡ଼ା ଆଶୀର୍ବାଦ ଆପାର୍ଟମେଣ୍ଟରେ ଥିବା ତାଙ୍କ ଭଡ଼ା ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି । ସୂଚନା ଯୋଗ୍ୟ ଏହିକିଯେ ନିକଟ ଅତୀତ ରେ ଶ୍ରୀ ମୁଣ୍ଡା ନୂଆପଡା ଜିଲ୍ଲାକୁ ଯୋଗାଣ ଅଧିକାରୀ ଭାବେ ବଦଳି ହୋଇଥିଲେ l

Related Post