
ବ୍ରହ୍ମପୁର,,୧୧/୭|୨୦୨୫( ଖବର ସଙ୍ଗେ ସଙ୍ଗେ ବ୍ୟୁରୋ) :ଆଜି ଲଣ୍ଡନ ର ଲର୍ଡ୍ସ ପଡିଆ ରେ ଭାରତ ଏବଂ ଇଁଙ୍ଗ୍ଲଣ୍ଡ ମଧ୍ୟରେ ପାଞ୍ଚ ମ୍ଯାଚ ବିଶିଷ୍ଠ ତେନ୍ଦୁଲକର-ଆଣ୍ଡରସନ ଟେଷ୍ଟ ଶୃଙ୍ଖଳା ର ତୃତୀୟ ମ୍ଯାଚ ଆରମ୍ଭ ହୋଇଛି। ଏହି ମ୍ଯାଚ ରେ ଇଁଙ୍ଗ୍ଲଣ୍ଡ ଅଧିନାଯକ ବେନ ସ୍ଟୋକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିସ୍ପତି ନେଇଛନ୍ତି। ଇଁଙ୍ଗ୍ଲଣ୍ଡ ପକ୍ଷରୁ ଦୁଇ ପ୍ରାରମ୍ଭିକ ବ୍ୟାଟସମ୍ୟାନ ଜାକ କ୍ରାଲେ ଏବଂ ବେନ ଡକେଟ ପାଳି ଆରମ୍ଭ କରିଥିଲେ। ଆରମ୍ଭରୁ ଭାରତ ର ଦ୍ରୁତ ବୋଲର ମହମ୍ମଦ ସିରାଜ, ଯସପ୍ରୀତ ବୁମରା, ଆକାଶ ଦୀପ ଏବଂ ନିତୀଶ ରେଡି ଇଁଙ୍ଗ୍ଲଣ୍ଡ କୁ ଆଶାନୁରୂପ ରନ ସଂଗ୍ରହ କରିବାକୁ ଦେଇନଥିଲେ। ଖେଳ ଶେଷସୁଧା ଇଁଙ୍ଗ୍ଲଣ୍ଡ ୪ ୱିକେଟ ହରାଇ ୨୫୧ ରନ ସଂଗ୍ରହ କରିଛି। ଭାରତ ପକ୍ଷରୁ ଯସପ୍ରୀତ ବୁମରା ୧ଟି , ନିତୀଶ ରେଡି ୨ଟି ଏବଂ ରବୀନ୍ଦ୍ର ଜାଦେଜା ୧ ୱିକେଟ ଅକ୍ତିଆର କରି ନେଇଛନ୍ତି। ଇଁଙ୍ଗ୍ଲଣ୍ଡ ପକ୍ଷରୁ ଜୋ ରୁଟ୍ ୧୯୧ ଟି ବଲ୍ ର ସାମ୍ନା କରି ୯ଟି ଆକର୍ଷଣୀୟ ଚୌକା ମାଧ୍ୟମ ରେ ଅପରାଜୟ ୯୯ ରନ ସଂଗ୍ରହ କରିଛନ୍ତି ଏବଂ ବେନ୍ ଷ୍ଟୋକ୍ସ ୧୦୨ ଟି ବଲ୍ ର ସାମ୍ନା କରି ୩ଟି ଚୌକା ସହାୟତା ରେ ୩୯ ରନ ସଂଗ୍ରହ କରି ଅପରାଜିତ ଅଛନ୍ତି।

